spot_img

ଓଡ଼ିଶାକୁ ମିଳିବ ପୋଷକ ଅନାଜ ଆୱାର୍ଡ

ଭୁବନେଶ୍ୱର: ମିଲେଟ୍ ଚାଷକୁ ପ୍ରୋତ୍ସାହନ ଦେଉଥିବା ଦେଶର ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଶ୍ରେଷ୍ଠ । ଓଡ଼ିଶା ମିଲେଟ ମିଶନକୁ ପୂର୍ବରୁ ନୀତି ଆୟୋଗ ପ୍ରଶଂସା କରିଥିବା ବେଳେ ମିଳିବାକୁ ଯାଉଛି ପୁରସ୍କାର । ଆଇସିଏଆର୍-ଆଇଆଇଏମ୍ଆର ଓ ଏଫଓ ପକ୍ଷରୁ ଓଡ଼ିଶାକୁ ପୋଷକ ଅନାଜ ଆୱାର୍ଡ ମିଳିବ । ହାଇଦ୍ରବାଦର ଜାତୀୟ କନଭେନସନରେ ଆସନ୍ତା ୧୭ ତାରିଖରେ ଓଡ଼ିଶାକୁ ପୁରସ୍କୃତ କରିବ କେନ୍ଦ୍ର କୃଷି ମନ୍ତ୍ରଣାଳୟ ।ଓଡ଼ିଶା ମିଲେଟ ମିଶନର ସଫଳତା ପାଇଁ ଆଦିବାସୀ ଚାଷୀ, ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଏଫିଓ, ବିଦ୍ୟୁତ୍ ବିଭାଗ, ଏନିଡିଏସ୍, ସ୍ୱେଚ୍ଛାସେବୀ ସଂଗଠନ ଓ ୱାସନ ପ୍ରମୁଖଙ୍କ ସହଭାଗିତାକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପ୍ରଶଂସା କରିଛି । ମିଲେଟ ମିଶନର ସଫଳତା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ବିବିଧ କୃଷି ପାଇଁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ମାଣ୍ଡିଆର ବହୁଳ ବ୍ୟବହାର ମାଧ୍ୟମରେ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍ ମିଶନ ଆରମ୍ଭ କରାଯାଇଥିଲା । ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସହ ବଜାର ସୃଷ୍ଟି ନିମନ୍ତେ ସମନ୍ୱିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରିବା ନେଇ ବହୁମୂଖୀ ଯୋଜନାମାନ ମଧ୍ୟ ପ୍ରସ୍ତୁତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular