ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଓଜେଇଇ ପରୀକ୍ଷା । ତେବେ ରାଜ୍ୟର ୨୧ ଟି ସହରରେ ୫୪ଟି ସେଣ୍ଟରରେ ପରୀକ୍ଷା ହେବାର ସୂଚନା ମିଳିଛି । ଏହା ସହ ରାଜ୍ୟ ବାହାରେ ମଧ୍ୟ କଲିକତା, ରାଞ୍ଚି ଓ ପାଟନାରେ ୫ଟି ସେଣ୍ଟର କରାଯାଇଛି । ଚଳିତ ବର୍ଷ ପ୍ରାୟ ୮୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଓଜେଇଇ ପକ୍ଷରୁ ସ୍ଫଷ୍ଟ କରାଯାଇଛି । ସୂଚନା ଅନୁସାରେ, କୋଭିଡ କଟକଣା ପାଇଁ ଓଜେଇଇ ପକ୍ଷରୁ ଏସଓପି ମଧ୍ୟ ଜାରି କରାଯାଇଛି । ତେବେ ପ୍ରତି ସିଟିଂ ଆଗରୁ ରୁମକୁ ସାନିଟାଇଜ କରାଯିବ । ତାହା ସହ ପ୍ରତି ରୁମରେ କ୍ଷମତାର ୫୦ ପ୍ରତିଶତ ସିଟରେ ଛାତ୍ରଛାତ୍ରୀ ବସି ପରୀକ୍ଷା ଦେଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0