spot_img

ଅକ୍ଟୋବର ୧୨ରୁ ୧୯ ଯାଏ ଓଜେଇଇ

ଭୁବନେଶ୍ୱର : ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ରାଜ୍ୟରେ ଥିବା ସରକାରୀ, ଘରୋଇ ବିଶ୍ବବିଦ୍ୟାଳୟ ଓ କଲେଜର ବି.ଟେକ୍(ଜେଇଇ ମେନ୍ ବ୍ୟତୀତ), ବି.ଫାର୍ମା, ଏମବିଏ , ଏମସିଏ , ଏମ୍.ଟେକ୍, ଏମ୍.ଟେକ୍, ଏମ୍.ଆର୍କିଟେକ୍, ଏମ୍.ପ୍ଲାନ୍, ଇଣ୍ଟିଗ୍ରେଟେଡ୍ ଏମବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍, ଲାଟେରାଲ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ। ସମସ୍ତ ପାଠ୍ୟକ୍ରମ ଲାଗି ଏଥରକ କମ୍ପ୍ୟୁଟର୍ ବେସଡ଼ ଟେଷ୍ଟ(ସିବିଟି) ମୋଡରେ ପରୀକ୍ଷା ହେବ। ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା କରାଯିବ ବୋଲି ଆଜି ଓଜେଇଇ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାପାଇଛି। ସିଫ୍ଟ ଅନୁଯାୟୀ ସମ୍ପୂର୍ଣ୍ଣ ପରୀକ୍ଷା ତାରିଖ ସମେତ ଆଡମିଟ୍ ଡାଉନଲୋଡ ତାରିଖ, ରୋଲ ନମ୍ବର, ସିଫ୍ଟ ଓ ପରୀକ୍ଷା ସେଣ୍ଟର ସମ୍ପର୍କିତ ସମସ୍ତ ତଥ୍ୟ ସେପ୍ଟେମ୍ବର ଶେଷ ସୁଦ୍ଧା www.ojee.nic.in/www.odishajee.com ୱେବ୍ସାଇଟରେ ଉପଲବ୍ଧ ହେବ। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ନିୟମିତ ଭାବେ ଓଜେଇଇ ୱେବସାଇଟ୍ ଦେଖିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular