ଭୁବନେଶ୍ୱର ୦୯।୦୭: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE ) ଆବେଦନକୁ ପୁଣି ଘୁଞ୍ଚାଇ ଦିଆଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ଅନଲାଇନ୍ ଆବେଦନ କରିବା ପାଇଁ ଓଜେଇଇର ୱେବ ପୋର୍ଟାଲ୍ ଖୋଲାଯାଇଛି । ଛାତ୍ରଛାତ୍ରୀମାନେ ବି ଫାର୍ମ/ଏମବିଏ/ଏମସିଏ/ଏମଟେକ୍ /ଏମଟେକ୍ ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀ ଏସବୁ ପାଠ୍ୟକ୍ରମଗୁଡିକ ପଢ଼ିବା ପାଇଁ ଆସନ୍ତା ୨୫ ତାରିଖ ପର୍ୟ୍ୟନ୍ତ ଆବେଦନ କରିପାରିବେ ।

ସେହିପରି ୩୧ ତାରିଖ ପର୍ୟ୍ୟନ୍ତ ଅନଲାଇନ୍ ରେ ଫି’ଦାଖଲ କରିହେବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ୍ କୁମାର ଚାନ୍ଦ କହିଛନ୍ତି । ତେବେ ପରୀକ୍ଷା ବାବଦରେ ବିସ୍ତୃତ ସୂଚୀ ଓ ଆଡମିଟ୍ କାର୍ଡ଼ ବାବଦରେ ସୂଚନା ଆସନ୍ତା ୩୧ ତାରିଖ ପରେ ଘୋଷଣା କରାଯିବ । କରୋନା ପରିସ୍ଥିତିକୁ ସମୀକ୍ଷା କଲା ପରେ ତାହା ଜାରି କରାଯିବ ବୋଲି ପ୍ରଫେସର ଚାନ୍ଦ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0