ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍ରୁ ୨ ଜଣ କରୋନା ଟିକା ନେଇ ୨୪ ଘଣ୍ଟା ଭିତରେ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି । କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗତକାଲି କେଶରପୁର ଅଙ୍ଗନବାଡ଼ି କେନ୍ଦ୍ରରେ କୋଭିଡ୍ ଟିକାକରଣ ଚାଲିଥିବା ବେଳେ ସେହି ଗ୍ରାମର ବିପିନ ମହାନ୍ତ (୫୬) ପ୍ରଥମ ଡୋଜ୍ ଟିକା ନେବାକୁ ଆସିଥିଲେ। ମଧ୍ୟାହ୍ନରେ ଟିକା ନେଇ ଘରକୁ ଫେରିଥିବା ବିପିନଙ୍କୁ ସନ୍ଧ୍ୟାରୁ ପ୍ରବଳ ଜ୍ବର ଆସିଥିଲା। ପାରାସିଟାମଲ୍ ବଟିକା ଖାଇବା ପରେ ଜ୍ବର ଛାଡ଼ି ଯାଇଥିଲା। ହେଲେ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବା ସହ ପାଟିରୁ ଫେଣ ବାହାରିଥିଲା। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ କୁଳିଅଣା ଡାକ୍ତରଖାନା ଆଣିଥିଲେ, କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକଙ୍କ ପୁଅ ସପନଙ୍କ କହିବା କଥା ହେଲା, ଟିକା ନେବା ଆଗରୁ ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ଟିକା ନେବା ପରେ ହିଁ ଏମିତି ଘଟିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0