spot_img

ବୋଡେ଼ନ ରେ ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ପାଳନ

ନୂଆପଡ଼ା : ବୋଡେ଼ନ ବ୍ଲକ ଆଶ୍ରମ ସ୍କୁଲ ଖେଳ ପଡ଼ିଆରେ ବିଜୁଜନତା ଦଲ ର ୨୫ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟଟି ଆରମ୍ଭ ହୋଇଥିଲା । ଆଜିର ପବିତ୍ର ଦିବସ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜେଡି ଉପସଭାପତି ତଥା ବୋଡେ଼ନ ସରପଞ୍ଚ ଶ୍ରୀ ନୃପରାଜ ତାଣ୍ଡି । ବିଶିଷ୍ଟ ଅତିଥି ଜିଲ୍ଲା  ବିଜେଡି ଯୁଗ୍ମ ସମ୍ପାଦକ ଶ୍ରୀ ଯୋଗିନ୍ଦ୍ର ନାଥ ମାଝୀ ।ସମ୍ମାନିତ ଅତିଥି ଜିଲ୍ଲା ବିଜେଡି ସମ୍ପାଦକ ଶ୍ୟାମ ସୁନ୍ଦର ବେହେରା,ଜିଲ୍ଲା ବିଜେଡି ଯୁବ ଉପସଭାପତି ଇମ୍ରାନ ମହମ୍ମଦ । ବ୍ଲକ ବିଜେଡି ସଭାପତି ଲୋକନାଥ ଛତ୍ରୀଆ ।ବ୍ଲକ ମହିଳା ସଭାନେତ୍ରୀ ହେମକାନ୍ତି ଦୁରିଆ । ବିଜେଡି ନାରୀ ନେତ୍ରୀ ମିନତୀ କାଣ୍ଡ,ଯୁବ ବ୍ଲକ ସଭାପତି ଦିଗପାଳ ନାଗ ନୁର ମହମ୍ମଦ । ତଥା ବୋଡେ଼ନ ବ୍ଲକ ର ଶତାଧିକ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ରହି ବହୁ ଆନନ୍ଦ ଉଲ୍ଲାସର ସହ ୨୫ ତମ ପ୍ରତିଷ୍ଠା ଦିବସ କୁ ପାଳନ କରିଥିଲେନ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular