spot_img

ଓମିକ୍ରୋନରୁ ସୁରକ୍ଷା ଦେବ କୋଭିଡ୍ ଟିକା

ଭୁବନେଶ୍ବର: କୋଭିଡ୍ ଟିକା ଓମିକ୍ରୋନରୁ ସୁରକ୍ଷା ଦେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଏଣୁ ସମସ୍ତଙ୍କୁ ଯଥାଶୀଘ୍ର ଟିକା ନେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, କୋଭିଡ୍ ଟିକା ଶତ ପ୍ରତିଶତ ନ ହେଲେ ବି ଓମିକ୍ରୋନରୁ କିଛିଟା ସୁରକ୍ଷା ଦେବ। ଟିକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ ରହିବ। ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀମାନଙ୍କୁ ଅନୁରୋଧ କଲା ସ୍ବାସ୍ଥ୍ୟ ବିଭାଗ। ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି। ତେଣୁ ଯଥାଶୀଘ୍ର ଟିକା ନେବାକୁ ପଡ଼ିବ। ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି। ସେମାନେ ଅନୁଧ୍ୟାନ କରୁଛନ୍ତି କେଉଁ ବ୍ଲକରେ ଲୋକ ଟିକା ନେଇନାହାନ୍ତି। ସିଡିଏମଓମାନଙ୍କୁ ମଧ୍ୟ ଗାଁଗୁଡ଼ିକରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଗାଁରେ କିଛି ଲୋକ ଟିକା ନେଇ ନାହାନ୍ତି, ତାହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରିବେ। ଏଯାଏଁ ୪ କୋଟି ୬୨ ଲକ୍ଷ ଡୋଜ୍ ଦିଆ ସରିଲାଣି। ୮୭.୪ ପ୍ରଥମ ଡୋଜ୍ ଦିଆସରିଛି। ଏବେ ବି ପ୍ରାୟ ୪୦ ଲକ୍ଷ ଲୋକ ଟିକା ନେଇନାହାନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular