ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ପ୍ୟାରେଡ କରିବେ ଆନ୍ଦୋଳନରତ କୃଷକ ମାନେ । ଏନେଇ ଟ୍ରାକ୍ଟର ତଥା ତ୍ରିରଙ୍ଗା ଶୋଭାଯାତ୍ରା କରିବାକୁ କୃଷକ ମାନଙ୍କ ତରଫରୁ ପ୍ରସ୍ତୁତି ଜୋର ଧରିଛି । ଏହି ପ୍ୟାରେଡ ବା ତ୍ରିରଙ୍ଗା ଶୋଭାଯାତ୍ରାରେ ପାଖା ପାଖି ୨ ଲକ୍ଷ ଟ୍ରାକ୍ଟର ଅଂଶଗ୍ରହଣ କରିବ ବୋଲି ସୂଚନା ମିଳିଛି । ଏହି ଶୋଭାଯାତ୍ରା ବେଳେ ଯଦି ସରକାରଙ୍କ ତରଫରୁ ଶୋଭାଯାତ୍ରାକୁ ରୋକିବାକୁ ପିଲେଟ ବନ୍ଧୁକ, ଲୁହବୁହା ଗ୍ୟାସ ଓ ପାଣିମାଡ କରାଯାଏ ତାହେଲେ ତାହାର ସୁରକ୍ଷା ପାଇଁ ଏହିସବୁ ଟ୍ରାକ୍ଟରରେ ଆବଶ୍ୟକ ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି । ଏହି ତ୍ରିରଙ୍ଗା ଯାତ୍ରାରେ ଯେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କ ନାମ ଓ ଟ୍ରାକ୍ଟରକୁ ତାଲିକାଭୂକ୍ତ କରାଯାଉଛି । ଏନେଇ ପଞ୍ଜାବ ଓ ହରିଆଣାରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏହି ଶୋଭାଯାତ୍ରା ସମୟରେ ସରକାର କୃଷକ ମାନଙ୍କ ଉପରେ ଆକ୍ରମଣ କରିବା ନେଇ ଆଶଂକା ଥିବାରୁ କୃଷକ ମାନେ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କୃଷକ ନେତା ମାନେ କହିଛନ୍ତି । ସେମାନେ କହିଛନ୍ତି କି ମାଟି ପାଇଁ ବଞ୍ଚିଛୁ ଦରକାର ପଡିଲେ ସେହି ମାଟିର ହକ ପାଇଁ ଆମେ ମାଟିରେ ମିଶିଯିବୁ ହେଲେ ସରକାର କଳା ଆଇନକୁ ପ୍ରତ୍ୟାହାର କରିବା ପର୍ୟ୍ୟନ୍ତ ଲଢେଇ ଜାରି ରଖିବୁ । ଏହା ସହ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଉଥିବା ବିଧାୟକ ଓ ସାଂସଦ ମାନେ ତୁରନ୍ତ ପଦତ୍ୟାଗ କରନ୍ତୁ ବୋଲି କୃଷକ ନେତା ମାନେ ଆହ୍ୱାନ ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0