ଭୁବନେଶ୍ୱର ୧୫/୬ ରଣପୁର ବାଘ ଛାଲ ଜବତ । ରଣପୁର ବ୍ଲକ୍ ବନ୍ଧମୁଣ୍ଡା ପଚାଂୟତର ସମିତିସଭ୍ୟ ଲକ୍ଷ୍ମୀଧର ନାୟକଙ୍କୁ ଏସ୍ ଟିଏଫ ଗିରଫ କରବା ପରେ ଏହାର ଗୁମର ଧିରେ ଧିରେ ଖୋଲିବାକୁ ଲାଗିଛି । ଏଥିରେ କେବଳ ଲକ୍ଷ୍ମୀଧର ନୁହଁ ଆହୁରି କିଛି ବ୍ୟକ୍ତି ସାମିଲ ଥିବା ଜଣାଯାଇଛି । ଲକ୍ଷ୍ମୀଧର ବାଘ ଦେହରୁ ଛାଲ ବାହାର କରୁଥିବା ବେଳେ ଅନ୍ୟ ଦୁଇଜଣ ବ୍ୟକ୍ତି ପାଖରେ ଛିଡ଼ାହୋଇ ତାଙ୍କୁ ସହୋଯୋଗ କରୁଥିବାର ଦେଖାଦେଇଛି ।
ଏ ସମସ୍ତ ଘଟଣା ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ଅଧୀନ ରଣପୁର ବନାଚଂଳ କର୍ତୃପକ୍ଷଙ୍କ ଭୂମିକା ସନ୍ଦେହ ଘରକୁ ଆସିଛି । ଏହା ରଣପୁରର ଏକ ଅଗମ୍ୟ ଜଙ୍ଗଲ ଅଞ୍ଚଳ। ଏଠାରେ ହାତୀଠାରୁ ଆରମ୍ଭ କରି ଅନ୍ୟାନ୍ୟ ବନ୍ୟଜନ୍ତୁ ବାସ କରିବା ସ୍ବାଭାବିକ ଘଟଣା। ଫରେଷ୍ଟ ଗାର୍ଡ, ଫରେଷ୍ଟର୍ ଏହି ଅଞ୍ଚଳରେ ନିୟୋଜିତ ଅଛନ୍ତି। ତେଣୁ କିଭଳି ଏଠାରେ ଏକ ବାଘକୁ ହତ୍ୟା କରାଗଲା, ବନ ବିଭାଗ ତାହା ଜାଣିପାରିଲା ନାହିଁ? ଅନ୍ୟ ଅଞ୍ଚଳରୁ ଯଦି କେହି ବାଘ ହତ୍ୟା କରି ରଣପୁର ବନ୍ଧମୁଣ୍ଡା ଅଞ୍ଚଳକୁ ଆଣିଲେ, ଚେକ୍ ପୋଷ୍ଟରେ ନିଯୁକ୍ତ ବନ ବିଭାଗ କର୍ମଚାରୀ କ’ଣ କରୁଥିଲେ? ଘଟଣାରୁ ଅଞ୍ଚଳରେ ଶିକାରୀ ପଲ ମାତିଥିବା ଜଣାପଡ଼ୁଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0