ଜମ୍ମୁ-କାଶ୍ମୀର: ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଭାରତୀୟସେନା ସର୍ଚ୍ଚ ଅପରେସନରେ ଜଣେ ଆତଙ୍କବାଦୀ ମୃତ । କୁପୱାରା ଜିଲ୍ଲାର ମାଛିଲି ସେକ୍ଟରଠାରେ ପାକିସ୍ତାନ ପଟୁ କିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏନେଇ ଭାରତୀୟ ଫରୱାର୍ଡ ପୋଷ୍ଟଗୁଡିକରୁ ସତର୍କ ସୂଚନା ଜାରି କରାଯାଇଥିଲା । ମାତ୍ର ଆତଙ୍କବାଦୀମାନେ ଦୈାଡି ପାକିସ୍ତାନ ସୀମାରେ ପଶି ଯାଇଥିଲେ । ଫଳରେ ଫରୱାର୍ଡ ପୋଷ୍ଟରୁ ଗୁଳି ଚାଳନା କରିଥିଲା ଭାରତୀୟ ସେନା । ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତ ଆତଙ୍କବାଦୀଠାରୁ ଏକେ -୪୭ ଏବଂ ୨ ଟି ବ୍ୟାଗ୍ ଜବତ କରାଯାଇଛି । ବରଫାପାତର ସୁଯୋଗ ନେଇ ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ ଲଞ୍ଚପ୍ୟାଡରୁ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାର ଉଦ୍ୟମ କରାଯାଉଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0