ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL)ରେ ଚାକିରି ଖୋଜୁଛନ୍ତି କି ? ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଚନ୍ତି ତେବେ ତୁରନ୍ତ କରନ୍ତୁ ଆବେଦନ। iocl ରେ ୧୯୬୮ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ iocl.com କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏଥିରେ ଚୟନ ହେବା ପ୍ରାର୍ଥୀଙ୍କୁ ନିଯୁକ୍ତି ଉତ୍ତର ପ୍ରଦେଶ, ବିହାର, ଆସାମ, ଗୁଜରାଟ, ହରିୟାଣା, ପଶ୍ଚିମବଙ୍ଗ, ଓଡିଶାରେ କରାଯିବ।
ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଆବେଦନ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ୧୨ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ କରିପାରିବେ। ଆବେଦନ କରିବା ପୂର୍ବରୁ ଭଲଭାବେ ନୋଟିଫିକେସନ ପଢନ୍ତୁ। ଅଫିସିଆଲ ୱେବସାଇଟକୁ ଯାଇ ଫର୍ମ ପୂରଣ କରିବା ସମୟରେ କୌଣସି ପ୍ରକାର ଭୁଲ କରନ୍ତୁ ନାହିଁ। ଏହି ସମୟରେ କୌଣସି ଭୁଲ ହୁଏ, ତେବେ ଫର୍ମକୁ ରଦ୍ଦ କରିଦିଆଯିବ।
ପଦବୀ ବିବରଣୀ: ୧୯୬୮
ମାସିକ ଦରମା: ୪୦ ହଜାରରୁ ଆରମ୍ଭ କରି ୧,୪୦,୦୦୦ ଟଙ୍କା।
ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୨ ଅକ୍ଟୋବର ୨୦୨୧ରୁ ଆରମ୍ଭ ହୋଇଥିବା ବେଳେ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୨ ନଭେମ୍ବର ୨୦୨୧ ରହିଛି।
ଶିକ୍ଷାଗତ ଯୋଗ୍ୟତା: ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ମ, ୧୨ଶ, ଗ୍ରାଜୁଏସନ, B.sc, B.com କିମ୍ବା ଡିପ୍ଲୋମା କରିଥିବା ଜରୁରୀ।
ବୟସ ସୀମା: ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ।
ଚୟନ ପ୍ରକ୍ରିୟା: ଏହି ପଦରେ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଅନୁଯାୟୀ କରାଯିବ।
ଏମିତି କରନ୍ତୁ ଆବେଦନ:
– ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
– ଅଫିସିଆଲ ୱେବସାଇଟକୁ ଯିବା ପରେ ଆପ୍ଲାଏ ଲିଙ୍କରେ କ୍ଲିକ କରନ୍ତୁ।
– ପରେ ସେଠାରେ ନିଜର ବ୍ୟକ୍ତିଗତ ବିବରଣୀ ଭରି ସବମିଟ୍ କରନ୍ତୁ।
– ଫର୍ମର ଏକ ଫଟୋ କପି ନିଜ ପାଖରେ ରଖିଦିଅନ୍ତୁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :https://iocl.com/admin/img/Apprenticeships/Files/e803e3b4578e40e4ae890585d7e9e457.pdf



Visitors Today : 1
Total Visitors : 130423
Total Views : 9891953
Visitors Online Now : 0