spot_img

ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ୍

ଭୁବନେଶ୍ୱର:କିମସରେ ପୋଷ୍ଟ କୋଭିଡ କେୟାର ସ୍ପେସିଆଲିଟି କ୍ଲିନିକ ଖୋଲାଯାଇଛି। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ୟ୍ୟନ୍ତ ଏହି କ୍ଲିନିକ୍ର ଆଉଟଡୋର ଖୋଲା ରହୁଛି। କୋଭିଡରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କଠାରେ ଦେଖା ଯାଉଥିବା ସମସ୍ୟାର ସମାଧାନ ପାଇଁ ଇଣ୍ଟରନାଲ୍ ମେଡିସିନି, ରେସ୍ପିରେଟୋରି ମେଡିସିନି, ହୃଦରୋଗ ବିଶେଷଜ୍ଞ, ସ୍ନାୟୁରୋଗ ବିଶେଷଜ୍ଞଙ୍କ ଦ୍ବାରା ପରୀକ୍ଷା, ଚିକିତ୍ସାସେବା ଓ ପରାମର୍ଶ ଦିଆଯାଉଛି।ରୋଗୀମାନେ କୋଭିଡରୁ ସୁସ୍ଥ ହେବା ପରେ ଏବେ ସେମାନଙ୍କଠାରେ ଦୁର୍ବଳତା, ଶ୍ଵାସ ପ୍ରଶ୍ଵାସରେ କଷ୍ଟ, ଶରୀର ଓ ଗଣ୍ଠିରେ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରକାଶ ପାଉଛି। ଏହି ରୋଗୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି ଥିବାରୁ ସେମାନଙ୍କ କିଡନି ଓ ଫୁସଫୁସରେ ସମସ୍ୟା ଲାଗି ରହୁଛି। ଏହି ସବୁ ସମସ୍ୟାର ସମୁଖୀନ ହେଉଥିବା ରୋଗୀଙ୍କ ପାଇଁ କିମସରେ ଏହି ସ୍ପେସିଆଲିଟି କ୍ଲିନିକ୍ ଖୋଲାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular