ଅକ୍ସଫୋର୍ଡ-ଆଷ୍ଟାଜେନିକା ଟିକାକୁ ଆସନ୍ତା ସପ୍ତାହରେ ମଞ୍ଜୁରୀ ଦେଇପାରନ୍ତି ସରକାର । କରୋନା ପ୍ରତିଷେଧକ ଟିକାକୁ ସାର୍ବଜନୀକ ଭାବେ ଦେବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆସନ୍ତା ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟା୍ରଜେନିକା ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଭାରତୀୟ କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ ପକ୍ଷରୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ସିଡିଏସସିଓ ପକ୍ଷରୁ ଏନେଇ ଅକ୍ସଫୋର୍ଡ -ଆଷ୍ଟା୍ରଜେନିକା ଟିକାର କ୍ଲିନିକାଲ ଟ୍ରାଏଲ ରିପୋର୍ଟକୁ ଡିସେମ୍ବର ୯ରେ ସମୀକ୍ଷା କରିଥିଲେ । ଏହାପରେ ସିଡିଏସସିଓ ପକ୍ଷରୁ ସିରମ ଇନଷ୍ଟିଚ୍ୟଟ୍ ସମେତ ସମ୍ତ କମ୍ପାନୀଗୁଡିକଠାରୁ ଅଧିକ ସୂଚନା ଲୋଡିଥିଲେ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0