spot_img

ଭାରତରେ ଖୋଲିବ ଅକ୍ସଫୋର୍ଡ଼, ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ

ନୂଆଦିଲ୍ଳୀ: ଖୁବଶୀଘ୍ର ଭାରତରେ ଅକ୍ସଫୋର୍ଡ, ଷ୍ଟାଣ୍ଡଫୋର୍ଡ ଓ ୟେଲ ଭଳି ପ୍ରତିଷ୍ଠିତ ବିିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ଯାଉଛି । ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପାଖରିୟାଲ ଏହି ବିଷୟରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଦକ୍ଷିଣ ଏସିଆର ପ୍ରଥମ ଦେଶ ଭାବେ ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ଯାଉଛି । ସୂଚନା ଅନୁସାରେ, ଦକ୍ଷିଣ ଏସିଆରୁ ପ୍ରତ୍ୟେକ ବର୍ଷ ୭ଲକ୍ଷରୁ ଅଧିକ ଛାତ୍ରଛାତୀ ଉଚ୍ଚ ଶିକ୍ଷା ପାଇଁ ଆମେରିକା, ଇଂଲଣ୍ଡର ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଯାଉଛନ୍ତି । ଯାହା ଦ୍ୱାରା ପ୍ରାୟ ୧୫୦୦ କୋଟି ଡଲାର ଖର୍ଚ୍ଚ ହେଉଥିବାର ସୂଚନା ମିଳିଛି । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular