spot_img

ଧାନ ଚାଷରେ ଅଜଣା ପୋକ, କୃଷି ବିଭାଗକୁ ପଦକ୍ଷେପ ନେବାକୁ ଦାବି

ପଦ୍ମପୁର : କରୋନା ମହାମାରି ପାଇଁ ସାରା ବିଶ୍ବରେ ଭୟର ବାତାବରଣ ରହିଛି । ବିଶ୍ୱରେ ଏହି ମହାମାରୀ ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଧାନ ଚାଷରେ ରୋଗପୋକ ଆକ୍ରାନ୍ତ ଚାଷୀର ମୁଣ୍ଡ ବିନ୍ଧାରକାରଣ ହେଲାଣି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚାଷୀମାନେ ମୁଣ୍ଡରେ ହାତ ଧରି ବସିଛନ୍ତି । ପଦ୍ମପୁର ଉପଖଣ୍ଡ ବିଭିନ୍ନ ପଞ୍ଚାୟତରେ ଧାନ ଚାଷରେ ଏବେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ରୋଗପୋକ କାରଣରୁ ଶହଶହ ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଛି । ରୋଗ ପୋକ ଆକ୍ରମଣ ଯୋଗୁଁ ଧାନ ଗଛ ବଢିପାରୁ ନାହିଁ । ବର୍ତ୍ତମାନ ସମୟରେ ଅନ୍ୟ ବର୍ଷରେ ଭଲ ଧାନ ଫସଲ ହୋଇଥାଏ । କିନ୍ତୁ ରୋଗପୋକ ଯୋଗୁଁ ଧାନ ଗଛ ବଢ଼ି ପାରୁ ନାହିଁ ଯାହାକି ଚିନ୍ତାର କାରଣ ହୋଇଛି । ପତ୍ର ଗୁଡ଼ିକ ପ୍ରଥମେ ଲାଲ ହେବାରେ ଲାଗୁଛି ଏବଂ ପରେ ତାହା ପଚି ସଢ଼ି ନଷ୍ଠ ହୋଇଯାଉଛି । କୃଷି ବିଭାଗ ଅଧିକାରୀ ମାନେ ମଧ୍ୟ ରୋଗକୁ ଚିହ୍ନିପାରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । କରୋନା କଟକଣା ଯୋଗୁଁ ବହୁ ଦୁଃଖ କଷ୍ଟରେ ଚାଷବାସ କରିଛନ୍ତି । ବର୍ତ୍ତମାନ ସମୟରେ ଧାନ ଚାଷ ଉପରେ ଯେଉଁଭଳି ରୋଗପୋକ ଆକ୍ରାନ୍ତ କରିଛନ୍ତି । ତାହା ଚିନ୍ତାର କାରଣ ପାଲଟିଛି । ପଦ୍ମପୁର ଅଞ୍ଚଳର ଚାଷୀ ରୋଗପୋକରୁ ନିଜ ଚାଷକୁ କିପରି ରକ୍ଷା କରିବେ, ଏବେ ସେ ଚିନ୍ତାରେ । ରୋଗପୋକ ବିଷୟରେ ଚାଷୀ ମାନେ ଅଭିଯୋଗ କରିବା ପରେ କୃଷି ବିଭାଗ ଅଧିକାରୀ ଧାନ ବିଲ ଗୁଡିକ ଦେଖି କିଟନାଶକ ବ୍ୟବହାର ପାଇଁ ପରାମର୍ଶ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular