ଲାହୋର: ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ମିସବା ଅଲହକ ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ତେବେ ଗୋଟିଏ ବର୍ଷ ପୂର୍ବରୁ ହିଁ ମିସବା ମୁଖ୍ୟ ଚୟନକର୍ତ୍ତା ଭାବରେ ପାକିସ୍ଥାନ କ୍ରିକେଟ ଟିମରେ ନିଯୁକ୍ତି ପାଇଥିଲେ । ସୂଚନା ଅନୁସାରେ, ଲଗାତର ଭାବରେ ପାକିସ୍ଥାନ ଟିମର ଖରାପ ପ୍ରଦର୍ଶନ ପାଇଁ କ୍ରିକେଟ ପ୍ରେମୀ ମିଶବାଙ୍କୁ ହିଁ ଦାୟୀ କରି ଆସୁଥିଲେ । ତେବେ ସାରା ବିଶ୍ୱରେ ପାକିସ୍ଥାନ ଦଳ ଟି-୨୦ ଫର୍ମାଟରେ ଏକ ନମ୍ବରରେ ରହିଥିଲା । ମାତ୍ର ମିଶବା ମୁଖ୍ୟ ପ୍ରଶିକ୍ଷକ ହେବା ଦ୍ୱାରା ପାକିସ୍ଥାନ ବର୍ତ୍ତମାନ ଭାରତ ଠାରୁ ମଧ୍ୟ ତଳକୁ ଖସିଯାଇଛି । ତେବେ ପାକିସ୍ଥାନ କ୍ରିଡାପ୍ରେମୀଙ୍କ ଠାରୁ ଏପରି ଟିପ୍ପଣୀ ଶୁଣି ଆଜି ମୁଖ୍ୟ ପ୍ରଶିକ୍ଷକ ମିଶବା ଇସ୍ତଫା ଦେଇଥିବାର ସୂଚନା ମିଳିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0