ଚେନ୍ନାଇ: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଗୋଟିଏ ପରେ ଗୋଟିଏ ଦଳ ଏନଡିଏ ଛାଡୁଥିବାବେଳେ ତାମିଲନାଡୁ ଶାସକ ଦଳ ଏଆଇଏଡିଏମକେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସହଯୋଗୀ ଦଳ ଭାଜପା ଆଗରେ ସର୍ତ୍ତ ରଖିଛି । ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ଏଆଇଏଡିଏମକେ ପ୍ରଚାର ଆର୍ମଭ କରିଛି । ଭାଜପାକୁ ଶକ୍ତ ବାର୍ତ୍ତା ଦେଇ ଏଆଇଏଡିଏମକେ କହିଛି ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ୱାମୀ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ । ଦଳ ନିର୍ବାଚନ ଜିତିଲେ କ୍ଷମତା ଭାଗବଣ୍ଟା ହେବନାହିଁ । ଏକ ସାମବେଶକୁ ଉଦବୋଧନ ଦେଇ ଏଆଇଏଡିଏମକେ ଉପସଂଯୋଜକ ତଥା ରାଜ୍ୟ ସଭା ସଦସ୍ୟ ଏକ.କେ. କୁନୁସାମି ଭାଜପାର ନାଁ ନନେଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥତ୍ତ୍ୱ ଉପରେ ଏହାର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0