ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତିକୁ ଜୋରଦାର କଲେ ରାଜ୍ୟ ନିର୍ବାଚନ ଆୟୋଗ । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିଶନର ସୁଚନା ଦେଇଛନ୍ତି । ସେହିପରି ଭୋଟ ବାକ୍ସ ପାଇଁ ବ୍ଲକସ୍ତରରେ ଷ୍ଟ୍ରଙ୍ଗ ରୁମ୍ ପ୍ରସ୍ତୁତ କରାଯିବ ଏବଂ ଏଥିପାଇଁ ଅଧିକ ବାଲାଟ ବକ୍ସର ଆବଶ୍ୟକତା ପଡ଼ିବ ବୋଲି କହିଛନ୍ତି କମିଶନର । ଯେତିକିଟି ବୁଥ୍ ସେତିକିଟି ବାଲାଟ୍ ବକ୍ସର ଆବଶ୍ୟକ ପଡ଼ିବ ବୋଲି କୁହାଯାଇଛି । ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0