ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ମାମଲାରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ସ୍ତଗୀତ ରଖାଯାଇଛ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣାରେ କହିଥିଲେ, ଏହି ଘଟଣା ପାଇଁ ମୁଁ ଅତ୍ୟନ୍ତ ମର୍ମାହତ । ମୋ ସରକାର ସର୍ବଦା ମୁକ୍ତ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶୃତି ବଦ୍ଧ। ” ଏହାସହିତ ବିଧାନସଭା କାର୍ୟ୍ୟରେ ଅଂଶଗ୍ରହଣ ପାଇଁ ସେ ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ। ଏସଆଇଟି ତଦନ୍ତ ସହିତ ଶ୍ରୀ ସାହୁଙ୍କ ଇସ୍ତଫା ଦାବି କରୁଥିବା ବିରୋଧୀଙ୍କୁ ଏହା ସନ୍ତୁଷ୍ଟ କରିପାରି ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ନିର୍ଦ୍ଦେଶ ସମ୍ପର୍କିତ ଘୋଷଣା ସମୟରେ ବିରୋଧୀ ଦଳ ବିଧାୟକମାନେ ହୋହଲ୍ଲା ଜାରି ରଖିଥିଲେ । ପରୀ ମୃତ୍ୟୁକୁ ନେଇ ତାତି ଦେଖିବାକୁ ମିଳିଛି। ପରୀକୁ ନ୍ୟାୟ ଦାବିରେ ଉଭୟ ବିଜେପି ଓ ଯୁବ କଂଗ୍ରେସ ପକ୍ଷରୁ ରାଲି ବାହାର କରାଯାଇଥଲା। ବିଜେପି କର୍ମୀମାନେ ରାଜ୍ୟ କାର୍ୟ୍ୟାଳୟରୁ ବିଧାନସଭା ଅଭିମୁଖେ ରାଲି ବାହାର କରିଛନ୍ତି। ସେମାନେ ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ମନ୍ତ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଲୋୟର ପିଏମଜିରେ ରାଲି କରାଯାଇଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0