ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ପରୀ ହତ୍ୟା ମାମଲା । ଶୁକ୍ରବାର ନୟାଗଡ଼ ଚିଲଡ୍ରେନ କୋର୍ଟରେ ଦୋଷୀ ସରୋଜର ହେବ ଲେୟାର ଭଏସ ଆନାଲିସିସ ଟେଷ୍ଟ ନେଇ ଆବେଦନ ଉପରେ ଶୁଣାଣି । ଅଭିଯୁକ୍ତ ନାବାଳକର LVA ଟେଷ୍ଟ ପାଇଁ ପୂର୍ବରୁ ଆବେଦନ କରିଥିଲା ଏସଆଇଟି । ହତ୍ୟାକାଣ୍ଡ ସମ୍ପର୍କିତ ସାମଗ୍ରୀର ପରୀକ୍ଷା ପାଇଁ ଏସଆଇଟି କରିଥିବା ଆବେଦନ ନେଇ କୋର୍ଟ ଅନୁମତି ଦେଇଥିଲା । ପୂର୍ବରୁ ନାର୍କୋ ଆନାଲିସିସ ଟେଷ୍ଟ ଓ ବ୍ରେନ ମ୍ୟାପିଂ ପାଇଁ ଏସଆଇଟି ଆବେଦନ କରିଥିବା ବେଳେ, ଅଭିଯୁକ୍ତ ନାବାଳକ ମନା କରିଦେଇଥିଲା । ତେଣୁ କୋର୍ଟ ଅନୁମତି ଦେଇନଥିଲେ । ଏଭଳି ସ୍ଥିତିରେ LVA ଟେଷ୍ଟ କରିବ କି ନାହିଁ ସେ ନେଇ ଉଠିଛି ପ୍ରଶ୍ନ । ପ୍ରିଲିମିନାରୀ ଆସେସମେଣ୍ଟ ଓ ସୋସିଆଲ ବ୍ୟାକଗ୍ରାଉଣ୍ଡ ଆଧାରରେ ମାମଲାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତର କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0