ସଂସଦ ଭବନରେ ଏଣିକି କ୍ୟାଣ୍ଟିନ ଖାଇବା ହେବ ମହଙ୍ଗା । କ୍ୟାଣ୍ଟିନରେ ମିଳୁଥିବା ବିଭିନ୍ନ ଖାଦ୍ୟ ପଦାର୍ଥର ଦାମକୁ ବଢ଼ାଇ ଦିଆଯାଇଛି । ଆଗରୁ ଯାହା ଦେଉଥିରେ ଏବେ ତାର ଦେଢ଼ଗୁଣ ଟଙ୍କା ଦେବାକୁ ପଡ଼ିବ । ବର୍ଷ ବର୍ଷ ଧରି ସରକାର ଦେଉଥିବା ସବସିଡ଼ି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଏହି ବଦ୍ଧିତ ଦର ଲାଗୁ ହୋଇଛି । ୨୯ରେ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜିଠୁ ନୂଆ ଦର ଲାଗୁ ହେବ । ଆଗରୁ ସାଂସଦ ଓ ଅନ୍ୟ କର୍ମଚାରୀଙ୍କୁ ସବସିଡ଼ିରେ ଖାଇବା ମିଳିଥିଲା । କିନ୍ତୁ ଦର ବଢ଼ାଇ ଏବେ ନୋ ପ୍ରଫିଟ, ନୋ ଲେସରେ କ୍ୟାଣ୍ଟିନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0