spot_img

ପୁଣି ଖଟିଆରେ ବୁହା ହେଲେ ରୋଗୀ

ନୟାଗଡ: ପୁଣି ୪ କିଲୋମିଟର ଖଟିଆରେ ବୁହାହେଲେ ରୋଗୀ ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ବୁରୁପାଲି ଗ୍ରାମରେ । ଗାଁ ର ୫୦ ବର୍ଷୀୟ ହଜାରି ନାୟକ ପୂର୍ବରୁ ରୋଗରେ ପିଡିତ ଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ରାସ୍ତା ଭଲ ନ ଥିବାରୁ ଆମ୍ବୁଲାନ୍ସ ଅଧା ରାସ୍ତାରେ ଅଟକି ଯାଇଥିଲା । ପରେ ପରିବାର ଲୋକେ ଏକ ଖଟିଆ ସାହାର୍ଯ୍ୟରେ ପ୍ରାୟ ୪କିଲୋମିଟର ଚାଲି ଚାଲି ହଜାରୀଙ୍କୁ ଭାର କରି ଆଣିଥିଲେ ଆମ୍ବଲାନ୍ସ ପର୍ଯ୍ୟନ୍ତ । ଏହା ଭିତରେ ହଜାରୀ ଚେତାଶୂନ୍ୟ ହୋଇପଡିଥିଲେ । ପ୍ରାୟ ୪ ଘଣ୍ଟା ବିଳମ୍ବରେ ହଜାରୀ ଡାକ୍ତରଖାନାରେ ପହଞ୍ଚିବାରୁ ତାଙ୍କର ସ୍ୱସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା । ଚିକିତ୍ସାରେ ତାଙ୍କର ସ୍ୱସ୍ଥ୍ୟ ଅବସ୍ଥାରେ ଟିକେ ସୁଧାର ଆସିବା ପରେ ପରିବାର ଲୋକେ ତାଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ନେଇଆସିଥିଲେ । ତେବେ ଗ୍ରାମରେ ଭଲ ରାସ୍ତା ନଥିବାରୁ ଗାଁ ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular