ମାର୍ଶାଘାଇ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଲୁଣା ବ୍ରିଜ୍ ଉପରୁ ଜଣେ ଯୁବକ ନଦୀ ଗର୍ଭକୁ ଖସି ପଡିଥିଲେ । ଭାସୁଥିବା ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ଯୁବକ ଜଣଙ୍କ ଫୁଟପାଥ ଉପରେ ଚାଲିଚାଲି ଯାଉଥିବା ବେଳେ ଫୁଟପାଥର ସ୍ଲାବ୍ ଖସି ପଡିଥିବାରୁ ଯୁବକ ଜଣଙ୍କ ନଦୀ ଗର୍ଭକୁ ଖସି ପଡିଥିଲେ । ପ୍ରାୟ ନଦୀ ଶ୍ରୋତରେ ୧ କିଲୋମିଟର ଭାସି ଭାସି ଯିବାପରେ ସ୍ଥାନୀୟ ଲୋକମାନେ ବାଲିବୁହା ଡଙ୍ଗା ସାହାଯ୍ୟରେ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ।
ମାର୍ଶାଘାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଯୁବକଙ୍କୁ ପ୍ରଥମେ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅବସ୍ଥା ଗୁରୁତର ହେବାରୁ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ବଡଚଣା ଥାନା ଜିଆଗଡ ଗାଁର ମନୁ ନାୟକଙ୍କ ପୁଅ ଅମୂଲ୍ୟ ନାୟକ ବୋଲି ଜଣାପଡିଛି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0