ପାରାଦୀପ : ଇଫକୋ କମ୍ପାନୀରୁ ଜିପସମ୍ ପରିବହନକୁ ନେଇ ଦେଖା ଦେଇଥିବା ବିବାଦ ତୀବ୍ର ରୂପ ନେଇଛି। ଏକ ନିର୍ଦ୍ଦିଷ୍ଟ ଠିକାସଂସ୍ଥା ନିରାକାର କନଷ୍ଟ୍ରକସନ୍ କୁ ଇଫକୋ କମ୍ପାନୀ ପରିବହନ ଅନୁମତି ଦେବା ପରେ ବିବାଦ ଉପୁଜିଛି।
ଦୀର୍ଘବର୍ଷ ଧରି ତିନୋଟି ଟ୍ରକ ମାଲିକ ସଂଘର ପ୍ରାୟ ୫ହଜାରରୁ ଉର୍ଦ୍ଧ୍ବ ମାଲିକ ପାରାଦୀପରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ପରିବହନ କରି ଆସୁଛନ୍ତି। ତେବେ ଇଫକୋ କମ୍ପାନୀ ସିଧାସଳଖ ଠିକାସଂସ୍ଥାକୁ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ପରେ ଆନ୍ଦୋଳନ ତେଜିଛି। ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ନଥିଲା।
ଯାହା ଫଳରେ କାଲି ରାତି ଠାରୁ ଇଫକୋରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଥିବା ସାର ପରିବହନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ଇଫକୋ ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ଖୁବଶୀଘ୍ର ପ୍ରଶାସନ କୌଣସି ନିର୍ଯ୍ୟାସ ନକଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଟ୍ରକ ମାଲିକ ସଂଘ ଚେତାବନୀ ଦେଇଛି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0