spot_img

ଇଂଲଣ୍ଡ ‘ଫାଇଜର-ବାୟୋଏନ୍ଟେକ୍’ ଟିକାକୁ ଅନୁମୋଦନ ଦେଲା ବ୍ୟବହାର ନିମନ୍ତେ

ଲଣ୍ଡନ୍: ଇଂଲଣ୍ଡର ‘ଫାଇଜର-ବାୟୋଏନ୍ଟେକ୍’ ଟିକାକୁ ଅନୁମୋଦନ ଦେଲା ବ୍ୟବହାର ନିମନ୍ତେ । ବିଶ୍ୱର ପ୍ରଥମ ଦେଶ ଭାବେ ବୁଧବାର ଦିନ ଇଂଲଣ୍ଡ ‘ଫାଇଜର-ବାୟୋଏନ୍ଟେକ୍’ କୋଭିଡ୍-୧୯ ଟିକାକୁ ବ୍ୟବହାର ନିମନ୍ତେ ଅନୁମୋଦନ କରିଛି। ଆସନ୍ତା ସପ୍ତାହରୁ ଏହି ଟିକା ମିଳିବ ବୋଲି ଇଂଲଣ୍ଡ୍ ସରକାର ଏକ ବିବୃତିରେ କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ସଂଘ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଇଂଲଣ୍ଡ୍ ଏହି ଟିକାକୁ ଅନୁମୋଦନ କରିଛି। ଇଂଲଣ୍ଡ୍ ସରକାର କହିଛନ୍ତି, ‘ଫାଇଜର-ବାୟୋଏନ୍ଟେକ୍’ କୋଭିଡ୍-୧୯ ଟିକାର ବ୍ୟବହାର ନିମନ୍ତେ ସରକାର ଆଜି ‘ମେଡିସିନ୍ ଆଣ୍ଡ୍ ହେଲ୍ଥ୍କେୟାର୍ ପ୍ରଡକ୍ଟ ରେଗୁଲେଟରି ଏଜେନ୍ସି’ର ଅନୁମୋଦନ ପାଇଛୁ। ଆସନ୍ତା ସପ୍ତାହରୁ ସମଗ୍ର ଇଂଲଣ୍ଡ୍ରେ ଏହି ଟିକା ମିଳିବ। ଏହି ଟିକା ୯୦% ଫଳପ୍ରଦ ହୋଇଥିବା କଥା ‘ଫାଇଜର-ବାୟୋଏନ୍ଟେକ୍’ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ବାୟୋଟେକ୍ ଫାର୍ମ ମଡର୍ଣ୍ଣା ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଛନ୍ତି। ଏହି ଟିକା ‘ନିଉ ମେସେଞ୍ଜର୍ ଆର୍ଏନ୍ଏ’ ଟେକ୍ନୋଲୋଜି ଉପରେ ଆଧାରିତ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular