spot_img

ଦୁର୍ଗା ପୂଜା ହେବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ଜନସ୍ୱର୍ତ ମାମଲା ଦାଏର ହୋଇଛି । ରଥଯାତ୍ରା ପରି କଟକରେ ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି । କୋଭିଡ଼ ଗାଇଡ଼ଲାଇନ ଆଧାରରେ ପୂଜା ପାଇଁ ଅନୁମତି ଦେବାକୁ ଆବେଦନ ଦର୍ଶାଯାଇଛି ।

ପୂର୍ବରୁ ଟ୍ୱିନ ସିଟରେ ଗଣେଶ ପୂଜା ଆୟୋଜନ ଅନୁମତି ପାଇଁ ବୁଢ଼ା ଗଣେଶ ପୂଜା କମିଟି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ସ୍ଥାନୀୟ ପ୍ରଶାସନ ପୂଜା ଆୟୋଜନ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କଟକ ଜିଲ୍ଲା ପ୍ରଶାସନ କରୋନା କଟକଣା ଯୋଗୁଁ ଗଣେଶ ପୂଜା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular