ଲକ୍ ଡାଉନରେ ନିଆର ଢଙ୍ଗର ରାକ୍ଷୀ ପ୍ରସ୍ତୁତକଲେ ଓଲିଉଡ ଅଭିନେତ୍ରୀ ।
ଆଗକୁ ଆସୁଛି ଭାଇ ଭଉଣୀଙ୍କର ଖୁସିର ପର୍ବ ରାକ୍ଷୀ ପୂର୍ଣ୍ଣମା । ଏହା ସମଗ୍ର ଭାରତ ବର୍ଷରେ ପବିତ୍ର ପର୍ବ ରୂପେ ପାଳନ କରା ଯାଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଏହା ଫିକା ପଡିଛି । ସବୁ ସ୍ଥାନରେ ରାକ୍ଷୀ ଦୋକାନ ବନ୍ଦ ରହିଛି । ଲକ୍ ଡାଉନ ଯୋଗୁଁ ଲୋକମାନେ ଦୂର ଦୂରାନ୍ତକୁ ରାକ୍ଷୀ ପଠାଇ ପାରିନାହାନ୍ତି । ଏମିତି ସମୟରେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ମାର୍ଗ ବାହାର କରିଛନ୍ତି ଓଲିଉଡ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ।
କରୋନା ସମୟରେ ଘରେ ରହି ପିଙ୍କି ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଏହାର ଫଟୋ ସେ ତାଙ୍କ ଫେସବୁକ୍ ପେଜରେ ସେୟାର କରିଛନ୍ତି । ଫଟୋରେ ପିଙ୍କି ଭିନ୍ନ ଭିନ୍ନ ରଙ୍ଗର ସୂତା ବ୍ୟବହାର କରି ଏକ ନିଆରା ଢଙ୍ଗରେ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ସେ ମୁଗ ଡାଲି, ହରଡ ଡାଲି ଓ ଚାଉଳ ବ୍ୟବହାର କରି ଏହି ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଏହାଛଡା ଗୋଟେ ରାକ୍ଷୀରେ ସେ ପ୍ରଧାନମନ୍ତୀ ମୋଦିଙ୍କର ଫଟୋ ମଧ୍ୟ ବ୍ୟବହାର କରିଛନ୍ତି ।
ସୋସିଆଲ ମିଡିଆରେ ପିଙ୍କିଙ୍କ ଏହି ପୋଷ୍ଟକୁ ଅନେକ କମେଣ୍ଟ ମିଳିଛି । ତାଙ୍କର ଏହି କାମ ଅନେକଙ୍କୁ ଉତ୍ସାହିତ ମଧ୍ୟ କରିଛି ।