ନୂଆଦିଲ୍ଲୀ: ଦେଶରେ କିଛି ଦିନ ହେବ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ବଢୁଛି ସଂକ୍ରମଣ, ସେଥିପାଇଁ ବିଭିନ୍ନ ଜିଲ୍ଲାରେ ଫେରୁଛି କର୍ଫୁ୍ୟ । ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ଉଦ୍ୟମ କଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି । ତେବେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ନଭେମ୍ବର ୨୪ ଅର୍ଥାତ୍ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ସକାଳ ୧୦ ଟାରେ ପ୍ରଥମେ ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଆଲୋଚନା କରିବେ । ପରେ ଅପରାହ୍ନ ୧୨ ଟାରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ମୋଦି ସମୀକ୍ଷା କରିବେ । ଏହି ବୈଠକରେ ଭ୍ୟାକ୍ସିନ ଉପରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ଦେଶରେ ୧ ଲକ୍ଷ ୩୩ ହଜାର ୭୩୮ ଜଣ କରୋନାରେ ମୃତୁ୍ୟ ବରଣ କରିଛନ୍ତି । ବର୍ତ୍ତମାନ ୪ ଲକ୍ଷ ୪୩ ହଜାର କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0