ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ସମୟରେ ଘରକୁ ଫେରିଛନ୍ତି। ଲକଡାଉନ ଯୋଗୁଁ ଏହି ପ୍ରବାସୀ ଶ୍ରମିକଙ୍କ ସାମ୍ନାରେ ଦୈନଦିନ ଜୀବନ ଜୀବିକାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶନିବାର ଦିନ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଲଞ୍ଚ କରିଛନ୍ତି।

ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଏବଂ ଓଡ଼ିଶା ଅନ୍ତର୍ଗତ ୧୧୬ଟି ଜିଲ୍ଲା ପାଇଁ ଏହି ଅଭିଯାନ ପ୍ରଯୁଜ୍ୟ। ୧୧୬ଟି ଜିଲ୍ଲାରେ ୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରାଯିବ। ଏଥିରେ ଦୈନିକ ପାଉଣା ମନରେଗା ପାଉଣା ହିସାବରେ ଦିଆଯିବ । ଏହି ଯୋଜନା ଅନୁସାରେ ଜଣେ ଶ୍ରମିକଙ୍କୁ ଦୈନିକ ୨୦୨ ଟଙ୍କା ମିଳିବ । ଲକଡାଉନ ସମୟରେ ଏହି ସବୁ ଜିଲ୍ଲାକୁ ୨୫,୦୦୦ରୁ ଅଧିକ ପ୍ରବାସୀ ଶ୍ରମିଜୀବୀ ଫେରିଛନ୍ତି।
୫୦ ହଜାର କୋଟି ଟଙ୍କାରେ ୨୫ ପ୍ରକାର ଭିନ୍ନ ଭିନ୍ନ କାମ ଶ୍ରମିକମାନଙ୍କୁ ଯୋଗାଇ ଦିଆଯିବା ସହ ଦେଶର ଗ୍ରାମାଞ୍ଚଳର ଭିତ୍ତିଭୂମି ସୃଷ୍ଟି କରାଯିବ। ଏହି ଯୋଜନା ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତି ରାଜ, ସଡ଼କ ପରିବହନ ଏବଂ ରାଜପଥ, ଖଣି, ପାନୀୟ ଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଏବଂ କୃଷି ଆଦି ୧୨ଟି ମନ୍ତ୍ରାଳୟ ଓ ବିଭାଗର ସମନ୍ବୟରେ ଚାଲିବ।



Visitors Today : 0
Total Visitors : 130581
Total Views : 9892137
Visitors Online Now : 0