ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଲା। ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍। ୫ କୋଟି ଟଙ୍କା ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ବୋଲି ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଆଉ ସେହି ପୋଷ୍ଟ ତୀବ୍ର ବେଗରେ ଭାଇରାଲ୍ ମଧ୍ୟ ହୋଇଥିଲା। ଅଭିଯୁକ୍ତଙ୍କ ଫେସବୁକ ପୋଷ୍ଟ ବିଷୟରେ ସୂଚନା ପାଇବା ପରେ ପୁଡୁଚେରୀରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।। ୫ କୋଟି ଟଙ୍କା ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ବୋଲି ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ପୁଡ଼ୁଚେରୀର ଆର୍ୟ୍ୟନକୁପ୍ପମ୍ ଗାଁର ବାସିନ୍ଦା। ସେ ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ। କେହି ୫କୋଟି ଟଙ୍କା ଦେଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବେ ବୋଲି ଏକ ଫେସବୁକ୍ ପୋଷ୍ଟ ଜରିଆରେ ଅଭିଯୁକ୍ତ ଘୋଷଣା କରିଥିଲେ । ପୋଷ୍ଟ ସମ୍ପର୍କରେ ଅବଗତ ହେବା ପରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ୪୩ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି ।




Visitors Today : 1
Total Visitors : 130303
Total Views : 9891806
Visitors Online Now : 0