spot_img

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ସହ ଫୋନରେ କଥା ହୋଇଛିନ୍ତି । ସୁଗା ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ମୋଦୀ ତାଙ୍କ ସହ କଥା ହୋଇଛନ୍ତି । ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଲକ୍ଷ୍ୟ ହାସଲ କରିବାରେ ସଫଳ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି । ପାରସ୍ପରିକ ବିଶ୍ୱାସ ଓ ମୂଲ୍ୟବୋଧ ଆଦାନପ୍ରଦାନ ଆଧାରରେ ଦୁଇ ଦେଶର ସମ୍ପର୍କ ବୃଦ୍ଧି ସମ୍ପର୍କରେ ଦୁହେଁ ଆଲୋଚନା କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନୁଗତ ସହଯୋଗୀ ଭାବେ ୟୋଶିହିଦେ ସୁଗା ସେପ୍ଟେମ୍ବର ୧୪ ତାରିଖ ଦିନ ଶାସକ ଦଳ ନେତୃତ୍ୱ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular