ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ଉପରେ ହେଉଥିବା ଏକ ସମ୍ମିଳନୀରେ ଭାଗ ନେବେ । ଏହି ସମ୍ମିଳନୀରେ ସରା ଦେଶର ରାଜ୍ୟପାଳ ଭାଗ ନେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହେବେ । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ଟ୍ୱିଟ୍ରେ ସେ ଲେଖିଛନ୍ତି କି ସେପ୍ଟେମ୍ବର ସକାଳ ୧୦.୩୦ରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଓ ଏହାର ପରିବର୍ତ୍ତନକାରୀ ପ୍ରଭାବ ଉପରେ ରାଷ୍ଟ୍ରପତି , ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ସମ୍ମିଳନୀରେ ମୁଁ ସାମିଲ ହେବି । ଏହି ସମ୍ମିଳନୀ ଉଦ୍ଧାର ଭାରତକୁ ଜ୍ଞାନ କେନ୍ଦ୍ର କରିବାକୁ ଆମ ପ୍ରୟାସ ଦୃଢ଼ କରିବ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଶିକ୍ଷା ମନ୍ତ୍ରୀ, ଅଧିକାରୀ ଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ଅନ୍ୟ ଲୋକମାନେ ମଧ୍ୟ ଭାଗ ନେବେ ।



Visitors Today : 5
Total Visitors : 130180
Total Views : 9891630
Visitors Online Now : 0