ରିଅଲ ନୁହେଁ, ରିଲ୍ ଲାଇଫରେ ଆସୁଛନ୍ତି ପିଏମ୍ ମୋଦି। ଅନେକ ଦିନର ଅପେକ୍ଷା ଓ ବହୁ ବାଦ ବିବାଦ ପରେ ରିଲିଜ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି। ଆଜି ସାରା ଭାରତରେ ଏମ୍ଏକ୍ସ ପ୍ଲେୟରରେ ଏହା ରିଲିଜ୍ ହେବାର ରହିଛି। ବିବେକ ଓବରୟଙ୍କ ଅଭିନୀତ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ର ଡିଜିଟାଲ ରିଲିଜ୍ ଆଜି ହେବାକୁ ଯାଉଛି। ତେବେ ରିଲିଜ୍ ପୂର୍ବରୁ ଫିଲ୍ମର ଡିଜିଟାଲ ଟ୍ରେଲର ସାମ୍ନାକୁ ଆସି ସାରିଛି। ଉମଙ୍ଗ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ରିଲିଜ୍ ପୂର୍ବରୁ ଏକଦମ୍ ଏକସାଇଟ ଅଛନ୍ତି ବିବେକ ଓବରୟ। ପ୍ରଧାନମନ୍ତ୍ରୀଙ୍କୁ ସେ ଖୁବ୍ ସମ୍ମାନ ଦିଅନ୍ତି। ତାଙ୍କ କାହାଣୀକୁ ଦୁନିଆ ସାମ୍ନାରେ ଆଣିବାର ସୁଯୋଗ ପାଇଥିବାରୁ ଏହା ସମ୍ମାନର କଥା ବୋଲି କହିଛନ୍ତି ବିବେକ। ମୋଦି ଫିଲ୍ମରେ ବିବେକଙ୍କ ବ୍ୟତୀତ ମନୋଜ ଯୋଶୀ, ବରଖା ବିଷ୍ଟ, ଜରୀନା ବହାବ ଓ ବୋମନ ଇରାନୀ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସବୁଠାରୁ ବଡ କଥା ଫିଲ୍ମର ସମସ୍ତ ଦୃଶ୍ୟ ଗୁଜରାଟରେ ସୁଟିଂ ହୋଇଥିବା କୁହାଯାଉଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0