ନୂଆଦିଲ୍ଲୀ: ଦୀର୍ଘ ୩୪ ବର୍ଷ ପରେ ଦେଶରେ ଲାଗୁ ହୋଇଛି ନୂଆ ଶିକ୍ଷା ନୀତି । ଜାତୀୟ ଶିକ୍ଷା ନୀତିରେ ଉଚ୍ଚଶିକ୍ଷା ସଂସ୍କାର ପ୍ରସଙ୍ଗରେ ହୋଇଥିବା କନ୍କ୍ଲେଭରେ ନିଜ ମତ ରଖିଛନ୍ତି ମୋଦୀ । ମାତୃଭାଷାରେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯିବାର ଲାଭ ପ୍ରସଙ୍ଗରେ ସେ ମତ ରଖିଥିଲେ । ନିଜ ଭାଷାରେ ପାଠ ପଢ଼ିଲେ ପିଲାଙ୍କ ଶିଖିବାର ଗତି ଉନ୍ନତ ହେବା ସହ ପାଠ ବୁଝିବାରେ ସହଜ ହେବ । ୩-୪ ବର୍ଷ ବ୍ୟାପକ ବିଚାର ବିମର୍ଷ ପରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ସ୍ୱୀକୃତି ମିଳିଥିଲା । ଆଜି ପ୍ରତ୍ୟେକ ବିଚାରଧାରାର ଲୋକମାନେ ଏହି ନୂତନ ଶିକ୍ଷା ନୀତି ବିଷୟରେ କଥା ହେଉଛନ୍ତି । ଆଜି ଏହି ନୀତିକୁ କେହି ବିରୋଧ କରୁନାହାନ୍ତି । କାରଣ ଏଥିରେ ଏକପାଖିଆ କିଛି ନାହିଁ । ଭାରତକୁ ସଶକ୍ତ କରିବାକୁ ହେଲେ ନାଗରିକମାନଙ୍କୁ ଶକ୍ତିଶାଳୀ କରିବାକୁ ପଡ଼ିବ । ଆଉ ଏଥିପାଇଁ ଉତ୍ତମ ଶିକ୍ଷା ଆବଶ୍ୟକ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆମର ଶିକ୍ଷା ନୀତି ଯୁବପିଢ଼ିଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର କରିବାର ସୁଯୋଗ ଦେଉଛି କି? ଆମର ଶିକ୍ଷା ବ୍ୟବସ୍ଥା ଯୁବକମାନଙ୍କୁ ସକ୍ଷମ କରୁଛି କି? ନୂତନ ଶିକ୍ଷା ନୀତି ପ୍ରସ୍ତୁତ କରିବାବେଳେ ଏହି ପ୍ରଶ୍ନଗୁଡ଼ିକ ଉପରେ ଗମ୍ଭୀର ଭାବରେ ଆଲୋଚନା କରାଯାଇଥିଲା । ବିଶ୍ବର ଶିକ୍ଷା ନୀତି ସହ ତାଳ ଦେଇ ଚାଲିବା ପାଇଁ ହେଲେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ। ଏହି ନୀତିକୁ ନୂଆ ଭାରତର ମୂଳଦୂଆ କହିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଶିକ୍ଷା ନୀତି ଯେତେ ଅଧିକ ହେବ, ତା’ର ଲାଭ ଦେଶର ଶିକ୍ଷା ବ୍ୟବସ୍ଥାକୁ ମିଳିବ ବୋଲି ସେ ଆଶା କରିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0