ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଯାଇଛି ପାର୍ବଣ ରୁତୁ । ଏହି ପାର୍ବଣରୁତୁରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ପ୍ରକାରର ସତର୍କତାମୂଳକ ପଦକ୍ଷେପର ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ତେବେ ଶାରୀରିକ ଦୂରତା ଭଳି ନିୟମ ଗୁଡିକର କଡାକଡି ଭାବେ ପାଳନ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ବୁଲାବିକାଳିମାନଙ୍କ ହିତରେ ଏକ ବଡ ନିଷ୍ପତି ନେଇଛନ୍ତି ଆଜି ପ୍ରଧାନମନ୍ତ୍ରୀ । ଦେଶରେ ବୁଲାବିକାଳିମାନଙ୍କର ଅର୍ଥନୀତିରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ଓ ଉତ୍ତରପ୍ରଦେଶ ଭଳି ବଡବଡ ରାଜ୍ୟରୁ ବୁଲାବିକାଳିମାନଙ୍କୁ ବାହାରକୁ କାମଧନ୍ଦା ପାଇଁ ଯିବାକୁ ପଡିବ ନାହିଁ । ତେବେ ଉତ୍ତରପ୍ରଦେଶରେ ପିଏମ ସ୍ୱନିଧି ଯୋଜନାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ଜନଧନ ଯୋଜନା, ଆୟୁଷ୍ମାନ ଯୋଜନା, ଉଜ୍ୱଳା ଯୋଜନା ପିଏମ ସ୍ୱନିଧି ଯୋଜନା ଭଳି ଅନେକ ସରକାରୀ ଯୋଜନାରୁ ଦେଶର ଜନସାଧାରଣ ଉପକୃତ ହୋଇଛନ୍ତି ଓ କରୋନାର ସଫଳ ମୁକାବିଲା ପାଇଁ ସକ୍ଷମ ହୋଇଛନ୍ତି । ଭାରତର ଜନସାଧାରଣ ଯେକୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସମ୍ପୂର୍ଣ୍ଣ ସକ୍ଷମ ବୋଲି ସମଗ୍ର ବିଶ୍ୱକୁ ଦେଖାଇ ପାରିଛନ୍ତି । ଏହା ସହ କହିଛନ୍ତି, ବ୍ୟାଙ୍କଗୁଡିକ ଦେଶର ଗରିବ ଲୋକମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଓ ଏ ଦିଗରେ ସରକାର ଅହରହ କାମ କରୁଛନ୍ତି । ଅନ୍ୟପଟେ ପିଏମ ଯୋଜନା ଅଧୀନରେ ରାଜ୍ୟର ପ୍ରାୟ ୭ ଲକ୍ଷ ବୁଲାବିକାଳିଙ୍କୁ ଚିହ୍ନଟ କରାଯାଇଛି ଓ ୬ ଲକ୍ଷ ୪୦ ହଜାର ରୁଣ ଆବେଦନ ମିଳିଛି । ତେବେ ରାଜ୍ୟ ସରକାର ୩ ଲକ୍ଷ ୬୨ ହଜାର ବୁଲାବିକାଳିଙ୍କୁ ରୁଣ ମଞ୍ଜୁର କରିଥିବା ବେଳେ ୩ ଲକ୍ଷ ବୁଲାବିକାଳି ସେମାନଙ୍କର ରୁଣ ଅର୍ଥ ପାଇସାରିଲେଣି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0