ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଡିସେମ୍ବର ୧ରୁ ତା’ର ଟଙ୍କା ଉଡାଣ ପ୍ରକିୟା ବଦଳାଇବା ପାଇଁ ଯାଉଛି । ତେବେ ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ଉନ୍ନତ ସେବା ଓ ସୁବିଧେ ସହ ବିଭିନ୍ନ ପ୍ରକାର ଠକେଇରୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ନୂତନ ନିୟମ ଅନୁସାରେ, ବ୍ୟାଙ୍କ ୱାନ ଟାଇମ ପାସୱାର୍ଡ ପ୍ରେରଣ କରିବା ପରେ ଗ୍ରାହକଙ୍କର ଟଙ୍କା ଉଠାଣ ପ୍ରକ୍ରିୟା ଆରମ୍ଭ ହେବ । ଫଳରେ ଗ୍ରାହକଙ୍କ ଧନ ଓ ଜୀବନ ସୁରକ୍ଷା ହୋଇପାରିବ । ଏହା ସହ ଏଟିଏମରୁ ଟଙ୍କା ଉଠାଣ ସମୟରେ ଗ୍ରାହକଙ୍କୁ ବ୍ୟାଙ୍କରେ ପଞ୍ଜୀକୃତ କରିଥିବା ମୋବାଇଲ ନମ୍ବରରେ ଆସୁଥିବା ଓଟିପି ଦେବାକୁ ପଡିବ । ତେବେ ଏହି ନିୟମଟି ୧୦ ହଜାରରୁ ଅଧିକ ଟଙ୍କା ଉଠାଣ ଉପରେ ଲାଗୁ ହେବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0