ୟେଙ୍ଗୁନ: ମିଆଁମାରରେ ଚଳିତମାସ ପହିଲାରେ ସାମରିକ ବିଦ୍ରୋହ ବିରୋଧରେ ଦେଶରେ ଲୋକଙ୍କ ବିକ୍ଷୋଭ ଓ ପ୍ରଦର୍ଶନ ବଢିବଢି ଚାଲିଛି। ପ୍ରଥମ ପ୍ରଥମେ ବିକ୍ଷୋଭକାରୀଙ୍କ ପ୍ରତି କୋହଳ ମନବୃତ୍ତି ଆପଣାଉଥିବା ସେନା ସରକାର ଏବେ ଜନଆନ୍ଦୋଳନକୁ ଦୃଢ ହସ୍ତରେ ଦମନ କରିବାକୁ ପଦକ୍ଷେପ ନେଇଛନ୍ତି। ମିଆଁମାରର ସର୍ବ ବୃହତ ସହର ୟେଙ୍ଗୁନରେ ବିକ୍ଷୋଭକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଗୁଳି ଚାଳନା କରିବା ସହ ଲୁହବୁହା ବାସ୍ପ ପ୍ରୟୋଗ କରିଛି। ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସେପଟେ ଶିକ୍ଷକଙ୍କ ବିକ୍ଷୋଭ ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0