ଲଖିମପୁର ଖିରୀ ଯାଉଥିବା କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ ହେପାଜତକୁ ନେଇଛି ଉତ୍ତର ପ୍ରଦେଶ ପୋଲିସ । ୟୁପି ସୀମାନ୍ତ ସହାରନପୁର ନିକଟରେ ସିଦ୍ଧୁଙ୍କ କାର୍କେଡ୍କୁ ପୋଲିସ ଅଟକ ରଖିବା ସହିତ ନିଜ ହେପାଜତକୁ ନେଇଛି । ଏହି ଘଟଣାକୁ ନେଇ ସେଠାରେ କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ସିଦ୍ଧୁଙ୍କ ସହିତ ଉତ୍ତର ପ୍ରଦେଶ ଖିରୀ ଯାଉଥିବା ମନ୍ତ୍ରୀ ଅମରିନ୍ଦର ସିଂହ ରାଜା, ବିଜୟେନ୍ଦ୍ର ସିଂଗଲା, ଗୁରକୀରତ କୋଟଲୀ ସମେତ ଅନେକ ବିଧାୟକଙ୍କୁ ମଧ୍ୟ ହେପାଜତକୁ ନେଇଯାଇଛି ପୋଲିସ । ଏହା ପୂର୍ବରୁ ଗତକାଲି ସିଦ୍ଧୁ କହିଥିଲେ, ଯଦି ଶୁକ୍ରବାର ସୁଦ୍ଧା କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷର ଗିରଫଦାରୀ ନହୁଏ ତେବେ ସେ ଅନଶନରେ ବସିବେ । ଉତ୍ତର ପ୍ରଦେଶ ପୋଲିସ କେବଳ ୫ ଜଣ ନେତାଙ୍କୁ ହିଁ ୟୁପିରେ ପ୍ରବେଶ ପାଇଁ ଅନୁମତି ଦେଇଛି । କିନ୍ତୁ ସିଦ୍ଧୁ ନିଜ ଟିମ ସହିତ ଯିବାକୁ ଅଡିବସିଛନ୍ତି । ସିଦ୍ଧୁଙ୍କୁ ଅଟକାଇବା ପାଇଁ ପୋଲିସ ଲଗାଇଥିବା ବ୍ୟାରିକେଡ୍ ମଧ୍ୟରୁ ପ୍ରଥମ ବ୍ୟାରିକେଡ୍ ଭାଙ୍ଗିଦେଇଛନ୍ତି ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0