ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ନିମନ୍ତେ ବେରିକେଡ ଭାଙ୍ଗିବାରୁ ଗାଜିଆବାଦ ସୀମାନ୍ତର କୃଷକମାନଙ୍କ ଉପରେ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ସିଂଘୁ ସୀମାନ୍ତରେ ଲାଠି ଚାଳନା କରିଛି। ରାଜପଥରେ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ ଶେଷ ହେବା ପରେ ଟ୍ରାକ୍ଟର ରାଲି ପାଇଁ ୩୭ ସର୍ତ୍ତ ସହ ପୁଲିସ କୃଷକମାନଙ୍କୁ ଅନୁମତି ଦେଇଥିଲା। ସେପଟେ କେତେକ କୃଷକ ମୋଟରସାଇକେଲ ଚଢ଼ି ଆସୁଥିବା ବେଳେ ଅନ୍ୟ କେତେକ ଘୋଡ଼ାଚଢ଼ି ଆସୁଛନ୍ତି ଏବଂ ଆହୁରି ଅନେକ ଟ୍ରାକ୍ଟର ଉପରେ ବସି ସ୍ଲୋଗାନ ଦେବା ସହ ବିପ୍ଳବାତ୍ମକ ଗୀତ ଗାଉଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଖାଦ୍ୟ ଓ ପାଣି ବୋତଲ ବାଣ୍ଟୁଛନ୍ତି। କେତେକ ଅଞ୍ଚଳରେ ପ୍ରତିବାଦକାରୀ କୃଷକମାନଙ୍କ ଉପରେ ଫୁଲ ପାଖୁଡ଼ା ପକାଉଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0