ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପୁଲିସ ଗାଡ଼ି ଧକ୍କାରେ ଜଣେ ଜିଆରଏସଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ମାଥିଲି ଥାନା ଆଇଆଇସି ରଘୁନନ୍ଦନ ମାଝି, ଏଏସ୍ ଆଇ ନରେନ୍ଦ୍ର ଭତ୍ରା ଓ ଏସଆଇ କୃତ୍ତିବାସ ବେହେରା ପ୍ରମୁଖ ପୁଲିସ୍ ଗାଡ଼ିରେ ମାଲକାନଗିରି ଅଭିମୁଖେ ଯାଉଥିଲେ। ମାଥିଲି ଥାନା ନିକଟରେ ଜାତୀୟ ରାଜପଥ-୩୨୬ରେ ପୋଲିସ ଗାଡ଼ି ସହ ସ୍କୁଟିରେ ଆସୁଥିବା ନାୟକଗୁଡ଼ା ଗ୍ରାମପଞ୍ଚାୟତର ଜିଆରଏସ ବାଲରାଜ ସାହୁଙ୍କର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ବାଲରାଜ ସାହୁ ପ୍ରାୟ ୩୦ ଫୁଟ୍ ଉପରକୁ ଯାଇ ତଳେ କଚାଡ଼ି ହୋଇପଡ଼ିଥିଲେ। ଏହାଫଳରେ ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏଣେ ପୁଲିସ୍ ଗାଡ଼ିଟି ଓଲଟି ଯାଇଥିଲା। ଏଥିଯୋଗୁ ଗାଡ଼ି ଭିତରେ ଥିବା ମାଥିଲି ଥାନା ଆଇଆଇସି ରଘୁନନ୍ଦନ ମାଝି, ଏଏସ୍ ଆଇ ନରେନ୍ଦ୍ର ଭତ୍ରା ଓ ଏସଆଇ କୃତ୍ତିବାସ ବେହେରା ଗୁରୁତର ଆହତ ହୋଇଥିଲେ। ଏହାପରେ ରଘୁନନ୍ଦନ ମାଝିଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0