ଜାତୀୟ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କ ରେ ଓଡ଼ିଶା ଦେଶର ୯ମ ସ୍ଥାନରେ ରହିଥିବା କଥା ‘ନୀତି ଆୟୋଗ’ ପ୍ରକାଶ କରିଥିବା ‘ବେସ୍ଲାଇନ୍ ରିପୋର୍ଟ ୨୦୨୧’ରୁ ଜଣାପଡ଼ିଛି। ଓଡ଼ିଶାର ୨୯.୩୫% ଜନତା ବିଭିନ୍ନ କ୍ଷେତ୍ରରେ ଦାରିଦ୍ର୍ୟ ତାଡ଼ନାରେ ସରବ୍ୟ ହେଉଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ରାଜ୍ୟର ୩୭.୨୬% ଜନତା ସୁଷମ ଆହାର ପାଉନାହାନ୍ତି। ରାଜ୍ୟରେ ଶିଶୁ ଓ କିଶୋର ମୃତ୍ୟୁହାର ମଧ୍ୟ ୨.୨୩% ରହିଛି। ସେହିପରି, ମାନସିକ ସ୍ବାସ୍ଥ୍ୟ ସୁବିଧା ପାଇବାରୁ ୧୯.୫୦% ଜନତା ବଞ୍ଚିତ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ସ୍କୁଲ୍ ଶିକ୍ଷାରୁ ୧୬.୬୬% ବଞ୍ଚିତ ଏବଂ ୪.୯୫%ଙ୍କର ସ୍କୁଲ୍ ଉପସ୍ଥାନ ନ ଥିବା କଥା ମଧ୍ୟ ସେଥିରୁ ଜଣାପଡ଼ିଛି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0