ଓସ୍କାର ବିଜେତା ମ୍ୟୁଜିକ୍ କମ୍ପୋଜର୍ ତଥା ସିଙ୍ଗର୍ ଏ ଆର୍ ରହମାନଙ୍କ ଝିଅ ଖତିଜା ରହମାନ ମଧ୍ୟ ତାଙ୍କ ବାପାଙ୍କଠାରୁ କମ୍ ନୁହଁନ୍ତି । ଏହାର ଝଲକ ଦୁବାଇ ଏକ୍ସପୋ ୨୦୨୦ ରେ ଦେଖିବାକୁ ମିଳିଛି। ଏହି ପରଫର୍ମାନ୍ସରୁ ଏହା ସ୍ପଷ୍ଟ ହୋଇଛି ଯେ ଖତିଜା ମଧ୍ୟ ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରି ସଙ୍ଗୀତ ଜଗତରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକ ଖତିଜାଙ୍କ ସ୍ୱରକୁ ତୀବ୍ର ପ୍ରଶଂସା କରୁଛନ୍ତି। ଦୁବାଇ ଏକ୍ସପୋ ୨୦୨୦ ରେ ରହମାନ୍ ଙ୍କ ୨୪ ବର୍ଷର ଝିଅ ଖତିଜା ଫିରଦୌସ ଅର୍କେଷ୍ଟ୍ରା ସହିତ ପରଫର୍ମାନ୍ସ କରିଛନ୍ତି। ଏହି ଇଭେଣ୍ଟରେ ଖତିଜା ତାଙ୍କର ଡେବ୍ୟୁ ‘ଫରିସ୍ତେ’ରେ ଜବରଦସ୍ତ ପରଫର୍ମାନ୍ସ କରିଛନ୍ତି। ଏହି ଗୀତକୁ ଏ ଆର୍ ରହମାନ ରଚନା କରିଛନ୍ତି। ରହମାନ ୟୁଟ୍ୟୁବରେ ତାଙ୍କ ଝିଅର ପରଫର୍ମାନ୍ସ ସେୟାର କରି ଲେଖିଛନ୍ତି, ‘ଏହି ଭିଡିଓ ସେଇମାନଙ୍କ ପାଇଁ ଯେଉଁମାନେ ଖତିଜା ରେହମାନ ଏବଂ ଫିରଦୌସ ଅର୍କେଷ୍ଟ୍ରାର ଦୂତମାନଙ୍କ ପରଫର୍ମାନ୍ସ ଦେଖିବା ମିସ୍ କରିଦେଇଛନ୍ତି। ବିଶ୍ୱ ଶିଶୁ ଦିବସ ପାଳନ କରିବାବେଳେ ଏହା ଆପଣଙ୍କ ପାଇଁ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0