spot_img

ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ, ଜିତିଲେ ସ୍ୱର୍ଣ୍ଣ

ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ ବର୍ଗରେ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଏହା ସହିତ ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି। ଅଲିମ୍ପିକ୍ସରେ ମଧ୍ୟ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍‌ ମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି। ସେହି ଅଭାବକୁ ଆଜି ପ୍ରମୋଦ ପୂରଣ କରି ଦେଇଛନ୍ତି। ସେ ତାଙ୍କର ବିଶ୍ୱର ୧ ନମ୍ବର ଖେଳାଳି ମାନ୍ୟତାକୁ ବି ବଜାୟ ରଖିଛନ୍ତି।

ଆଜିର ସେମିଫାଇନାଲ ମ୍ୟାଚ୍‌ରେ ପ୍ରମୋଦଙ୍କ ମୁକାବିଲା ଜାପାନରେ ଡି ଫୁଜିହାରାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ପ୍ରମୋଦ ଏକତରଫା ଭାବେ ଜିତି ଫାଇନାଲରେ ପ୍ରବେଶ କରିଥିଲେ।

ବିଶ୍ୱ ଚାମ୍ପିଅନଶିପରେ ପ୍ରମୋଦ ଭଗତ ୪ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୧୮ ଏସିଆନ୍ ପାରା ଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। ୫ ବର୍ଷ ହୋଇଥିବା ବେଳେ ପୋଲିଓର ଶିକାର ହୋଇଥିବା ପ୍ରମୋଦ ଭଗତ ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପାରା ଶଟଲର। ସେ ୪୫ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି।

ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ବିଶେଷ କରି ବରଗଡ଼ ଜିଲ୍ଲାର ଅତାବିରା ସ୍ଥିତ ତାଙ୍କ ଜନ୍ମମାଟିରେ ଲୋକ ଖୁସିରେ ବିଭୋର ହୋଇଯାଇଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular