ଓଡ଼ିଆ ପୁଅ ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ | ମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସ୍ୱର୍ଣ୍ଣ ପଦକ ଜିତିଲେ ଅର୍ଥରାଶି ସାଙ୍ଗକୁ ଗ୍ରୁପ ‘ଏ’ ସରକାରୀ ଚାକିରି ଯୋଗାଇ ଦେବାକୁ ପୂର୍ବରୁ କହିଥିଲେ ରାଜ୍ୟ ସରକାର। ସେହି ଘୋଷଣା ଅନୁସାରେ ପ୍ରମୋଦ ଭୁବନେଶ୍ଵର ଫେରିବା ପରେ ତାଙ୍କୁ ସମ୍ବଦ୍ଧର୍ନା ସହ ଚେକ୍ ଏବଂ ନିଯୁକ୍ତି ପତ୍ର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ରାଜ୍ୟ ସରକାର ତାଙ୍କୁ ୬ କୋଟି ଟଙ୍କା ପୁରସ୍କାର ରାଶି ସହ ଗ୍ରୁପ ‘ଏ’ ସରକାରୀ ଚାକିରି ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ପଦକ ବିଜେତାଙ୍କୁ ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ତେବେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୬ କୋଟି, ରୌପ୍ୟ ବିଜେତାଙ୍କୁ ୪ କୋଟି ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୨ କୋଟି ୫୦ ଲକ୍ଷ ଟଙ୍କା ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0