spot_img

ସଂସଦର ମୌସୁମି ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ

ସଂସଦର ମୌସୁମି ଅଧିବେଶନ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ସରକାର ଏନେଇ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଗତ ସପ୍ତାହରେ ମନ୍ତ୍ରୀ କହିଥିଲେ ମୌସୁମି ଅଧିବେଶନ କେବେ ଆରମ୍ଭ ହେବ ଏବଂ କେତେଦିନ ଅଧିବେଶନ ଚାଲିବ ସେନେଇ ଏଯାବତ୍ କୌଣସି ନିଷ୍ପତ୍ତି ହୋଇନାହିଁ। କିନ୍ତୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ୁଙ୍କ ମଧ୍ୟରେ ବୈଠକ ହେବାପରେ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ପ୍ରଦାନ କରିଛନ୍ତି। ଉଭୟ ଗୃହର ସେକ୍ରେଟାରି ଜେନେରାଲ୍ଙ୍କୁ ଗୃହରେ ବସିବା ନେଇ ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଅନ୍ଲାଇନ୍ ଅଧିବେଶନ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏବେ ଏହି ନିଷ୍ପତ୍ତି ବଦଳାଯାଇଛି। ସିଧାସଳଖ ସାଂସଦମାନେ ଗୃହରେ ଉପସ୍ଥିତ ରହିବେ ଏବଂ ଗୃହ କାର୍ୟ୍ୟ ଚାଲିବ। ତେବେ ସରକାରଙ୍କ କରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ ହେବ। ସଂସଦରେ ସଦସ୍ୟଙ୍କ ସଂଖ୍ୟା କମାଇବାପାଇଁ ଏଯାବତ୍ ବିଚାରବିମର୍ଶ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular