ଆସନ୍ତା ୩୦ ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ | ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କୋଭିଡ ଗାଇଡଲାଇନ ଭିତରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରତି ବୁଥରେ ହଜାର ଜଣ ମତଦାତା ଭୋଟ ଦେଇ ପାରିବେ । ତେବେ ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ। ପିପିଲିରେ ସର୍ବମୋଟ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଥିବା ବେଳେ ମୋଟ ବୁଥ ସଂଖ୍ୟା ରହିଛି ୩୪୮। ଏଥିମଧ୍ୟରୁ ୨୦୧ଟି ସମ୍ବେଦନଶୀଳ। ସେଠାରେ ମାଇକ୍ରୋ ଅଵଜର୍ଭର୍ କିମ୍ୱା ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି। ସେଠାରେ ୱବେ କାଷ୍ଟ କିମ୍ୱା ସିସିଟିଭି ବି ଲଗାଯିବ। ୨୨୦୦ ଜଣ ପୁଲିଂ କର୍ମଚାରୀ ନିୟୋଜିତ ଅଛନ୍ତି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0