ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ନିମନ୍ତେ ରାଷ୍ଟ୍ରପତିଙ୍କ ଠାରୁ ଆର୍ଥିକ ସହାୟତା ଲାଗି ଶୁକ୍ରବାର ଦିନ ଆସିଥିବା ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ର ପ୍ରତିନିଧିମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭେଟିବା ସହ ନିଜ ବ୍ୟକ୍ତିଗତ ଆକାଉଣ୍ଟରୁ ୫ ଲକ୍ଷ ୧୦୦ ଟଙ୍କା ପ୍ରଦାନ କରିଛନ୍ତି। ଦାନ ବାବଦରେ ସେମାନଙ୍କୁ ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ ନାଁରେ ରାଷ୍ଟ୍ରପତି ୫୦୦୧୦୦ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଆଲୋକ କୁମାର, ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ଏବଂ ମନ୍ଦିର ନିର୍ମାଣ କମିଟିର ମୁଖ୍ୟ ପୂର୍ବତନ ଅମଲା ନୃପେନ୍ଦ୍ର ମିଶର ଥିବା ଏହି ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏହି ଟ୍ରଷ୍ଟ ଅନୁମତି ପାଇଛି। ୫୨,୫୦,୦୦ ଗାଁରେ ପାଣ୍ଠି ସଂଗ୍ରହ ଅଭିଯାନ ଚାଲିବ ଏବଂ ସଂଗୃହୀତ ଟଙ୍କା ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କରେ ଜମା କରାଯିବ। ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଦାନକୁ ଚେକ ଆକାରରେ ଗ୍ରହଣ କରାଯିବ। ଜାନୁଆରି ୧୫ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୨୭ ତାରିଖ ଦିନ ଏହି ପାଣ୍ଠି ସଂଗ୍ରହ ଅଭିଯାନ ଶେଷ ହେବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0