ଆଗକୁ ଉତ୍ତରପ୍ରଦେଶରେ ସାଧାରଣ ନିର୍ବାଚନ ଆସୁଥିବା ବେଳେ ସାରା ଦେଶରେ ଚର୍ଚ୍ଚାରେ ଥିବା ଲଖୀମପୁର ହିଂସାକାଣ୍ଡ ବିରୋଧୀଙ୍କୁ ଭରପୁର ସୂଯୋଗ ଦେଇଛି । ଆଶିଷ ମିଶ୍ରାଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କ ବାପା ତଥା କେନ୍ଦ୍ରଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଗିରଫ କରାଯାଉ ବୋଲି ସେ ଅଡ଼ି ବସିଛନ୍ତି । ସେ ଟୁଇଟ୍ ଦ୍ୱାରା ପ୍ରଶ୍ନ କରିଛନ୍ତି ମନ୍ତ୍ରୀଙ୍କ ପୁଅ ଯଦି କୃଷକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ତେବେ ଅଜୟ ମିଶ୍ରଙ୍କର ମନ୍ତ୍ରୀ ପଦରେ ରହିବାର କେଉଁ ଅଧୀକାର ଅଛି ? ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପ୍ରିୟଙ୍କା କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଛନ୍ତି । ପ୍ରିୟଙ୍କା ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ କରି କହିଛନ୍ତି ‘ଆପଣଙ୍କ ମନ୍ତ୍ରୀ ମଣ୍ଡଳରେ ଥିବା ମନ୍ତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ବନ୍ଦ କରନ୍ତୁ’। ଭାରତୀୟ ଜାତୀୟ କଂଗ୍ରେସ ଏହାର ଭରପୁର ଲାଭ ଉଠାଉଛନ୍ତି । ଗତ ଅକ୍ଟୋବର ୩ ତାରିଖରେ ହୋଇଥିବା ଲଖୀମପୁର ଖେରି ହିଂସା କାଣ୍ଡକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0