ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ଜନତାଙ୍କ ଭୋଟ ହାତେଇବାକୁ ନାନା ପ୍ରତିଶୃତି ଦେଉଛନ୍ତି। ବୁଧବାର ଦିନ କଂଗ୍ରେସ ତରଫରୁ ମହିଳା ଭୋଟର୍ସଙ୍କୁ ନିଜ ଆଡକୁ ଟାଣିବାକୁ ଅଲଗା ଘୋଷଣା ପତ୍ର ଜାରି କରାଯାଇଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀରେ ମହିଳାଙ୍କ ସଶକ୍ତିକରଣ ଉପରେ ଜୋର ଦେଓ ଘୋଷଣା ପତ୍ର ଜାରି କରିଛନ୍ତି। ମହିଳାଙ୍କୁ ୫୦% ଚାକିରୀ ଦେଉଥିବା ସଂସ୍ଥାକୁ ଆଶ୍ବସ୍ତି ମିଳିବ। ଚାକିରିଆ ମହିଳାଙ୍କ ପାଇଁ ଛାତ୍ରାବାସ ତିଆରି ହେବ। ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ସ୍ମାର୍ଟଫୋନ ଦିଆଯିବ। ପୋଲିସବଳରେ ୨୫%ମହିଳାଙ୍କୁ ନିଯୁକ୍ତି ଦିଆଯିବ। ପ୍ରତ୍ୟେକ ଥାନାରେ ମହିଳା କନେଷ୍ଟବଳ ନିୟୋଜିତ ହେବେ। ସ୍ନାତକରେ ଆଡ଼ମିଶନ କରିଥିବା ପ୍ରତ୍ୟେକ ଝିଅମାନଙ୍କୁ ସ୍କୁଟି ମିଳିବ। ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯିବ ଯେପରି ସେମାନେ ସଶକ୍ତ ହେବେ। ୩ଟି ସିଲିଣ୍ଡର ଫ୍ରି ଦିଆଯିବ। ଗ୍ରାମ ପଞ୍ଚାୟତରେ ମହିଳା ଚୌପାଳ ଓ ଗରିବଙ୍କୁ ଫ୍ରି ଇଣ୍ଟରନେଟ ଦିଆଯିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0