spot_img

ଅଣ୍ଡରୱାର୍ଲ୍ଡ ସହିତ ସଂପର୍କକୁ ନେଇ ପ୍ରମାଣ କରନ୍ତୁ : ନବାବ

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ସରକାର ଏବଂ ବିଜେପି ମଧ୍ୟରେ ବିବାଦ ଜାରି ରହିଛି। ପୂର୍ବରୁ ଏନସିବିର ଯାଞ୍ଚ ଉପରେ ଅନେକ ପ୍ରଶ୍ନ ଉଠାଇଥିବା ମନ୍ତ୍ରୀ ନବାବ ମଲିକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସମୀର ୱାଙ୍ଖେଡେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣି ଟାର୍ଗେଟ କରିଛନ୍ତି। ଗତକାଲି ଦେବେନ୍ଦ୍ର ଫଡନାଭିସ୍ କହିଥିଲେ ଯେ ନବାବ ମଲିକଙ୍କ ଜ୍ବାଇଙ୍କ ଘରୁ ଗଞ୍ଜେଇ ଜବତ କରାଯାଇଥିଲା। ଦେବେନ୍ଦ୍ରଜୀ ଆପଣଙ୍କର ବନ୍ଧୁ ୱାଙ୍ଖେଡେଙ୍କୁ ପଚାରନ୍ତୁ। ସେ କହିବେ ଯେ, ମୋ ଜ୍ବାଇଁଙ୍କ ଘରୁ କୌଣସି ଗଞ୍ଜେଇ ଜବତ ହୋଇନଥିଲା। ଦେବେନ୍ଦ୍ର ଫଡନାଭିସଙ୍କ ଲଗାଇଥିବା ଅଭିଯୋଗର ଜବାବ ଦେଇ ନବାବ ମଲିକ କହିଛନ୍ତି ଯେ, ଅଣ୍ଡରୱାର୍ଲ୍ଡ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଏମିତି କି ମୋ ଜ୍ବାଇଙ୍କ ଘରୁ କୌଣସି ଗଞ୍ଜେଇ ଜବତ ହୋଇନଥିଲା। ସୂଚାନଯୋଗ୍ୟ ଯେ ଦେବେନ୍ଦ୍ର ଫଡନାଭିସ କହିଥିଲେ ଯେ, ଦୀପାବଳି ପରେ ସେ ନବାବ ମଲିକଙ୍କ ଅଣ୍ଡରୱାର୍ଲ୍ଡ ଲିଙ୍କ ବିଷୟରେ ଜଣାଇବେ। ଏହାର ଉତ୍ତରରେ କହିଛନ୍ତି ଯେ, ମୋର ଅଣ୍ଡରୱାର୍ଲ୍ଡ ସହିତ ସଂପର୍କ ଅଛି ବୋଲି ଆପଣ ଆରୋପ ଲଗାଉଛନ୍ତି। ଏଭଳି ଆରୋପ ଲଗାଇବା ପୂର୍ବରୁ ଆପଣ ଭାବିବା ଦରକାର ଯେ, ମୋ ଜୀବନର ୬୨ବର୍ଷ ମୁଁ ଏହି ସହରରେ ବିତାଇଛି। ଏଠି ମୋର ଅଣ୍ଡରୱାର୍ଲ୍ଡ ସହିତ ସଂପର୍କ ଅଛି ବୋଲି କହିବାର କାହାର ସାହାସ ନାହିଁ। ଯଦି ଆପଣଙ୍କୁ ଲାଗୁଛି ମୋର ଅଣ୍ଡରୱାର୍ଲ୍ଡ ସହିତ ସଂପର୍କ ଅଛି, ତେବେ ଆପଣ ତଦନ୍ତ କରିପାରିବେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular